This browser does not support the video element.
ଜଗତସିଂହପୁର: ଅଳକା ମହାବିଦ୍ୟାଳୟରେ ଅଧ୍ୟାପକ ,କର୍ମଚାରୀଙ୍କ ଧାରଣା ସ୍ଥଳରେ ସାମିଲ ହେଲେ ବିଧାୟକ ଡ଼ଃ ରମାକାନ୍ତ ଭୋଇ
Jagatsinghapur, Jagatsinghpur | Sep 6, 2025
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଳକା ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଧାରଣାସ୍ଥଳୀରେ ପହଞ୍ଚିଲେ ତୀର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ । GIA ଲାଗୁ କରିବା ଦାବିରେ ଆଜି ଦିନ ୧ ଘଟିକା ସମୟରେ ଧାରଣାରେ ବସିଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ନିକଟରେ ବିଧାୟକ ପହଞ୍ଚି ସେମାନଙ୍କ ଦାବି ସମ୍ପର୍କରେ ଅବଗତ ହେବା ସହ ଦାବିଗୁଡିକ ବିଧାନସଭାରେ ଉଠାଇ ସରକାରଙ୍କ ନିକଟରେ ପହଞ୍ଚେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।