Download Now Banner

This browser does not support the video element.

ବରଗଡ: ମଦର ଟେରେସା ପାଣି ପଞ୍ଚାୟତରେ ପୁରାତନ ଉଠା ଜଳସେଚନ ପ୍ରକଳ୍ପର ପୁନଃରୁଦ୍ଧାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବରଗଡ଼ ବିଧାୟକ

Bargarh, Bargarh (Baragarh) | Aug 26, 2025
ମଙ୍ଗଳବାର ଅପରାହ୍ନ 2.30 ଘଣ୍ଟା ସମୟରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର କଳାପାଣି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମଦର ଟେରେସା ପାଣି ପଞ୍ଚାୟତରେ ପୁରାତନ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ପୁନଃରୁଦ୍ଧାର ଓ ସୁଦୃଢ଼ିକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ | କଳାପାଣି, ତାଲଶ୍ରୀଗିଡ଼ା ଓ ବରାହଗୋଡ଼ା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ଚାଷୀ ମାନେ ବହୁ ମାତ୍ରାରେ ଉପକୃତ ହୋଇପାରିବେ ବୋଲି ବିଧାୟକ ଜଣାଇଛନ୍ତି ।
Read More News
T & CPrivacy PolicyContact Us