This browser does not support the video element.
ପୋଡିଆ: ପଡିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗ୍ରସ୍ତ, ଭିତ୍ତିଭୂମି ଆକଳନ ସହ ପୂର୍ଣ୍ଣ ଅନୁଦାନ ନେଇ ସମୀକ୍ଷା
Podia, Malkangiri | Sep 12, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ଗ୍ରସ୍ତ କରିଥିବା ଜଣାପଡିଛି। ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରଙ୍କ ନିୟନ୍ତ୍ରଣକୁ ନେବା ନିମନ୍ତେ ଏକ ସ୍ଵତନ୍ତ୍ର ଇନିସପେକ୍ସନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଆସିଥିବା ଜଣାପଡିଛି। ଏହି ଅବସରରେ ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀଗୃହ, ଅବସ୍ଥିତ ଭିତ୍ତିଭୂମି, ପାରିପାର୍ଶ୍ବିକ ସ୍ଥିତି ପରଖିବା ସହ, ଅଧ୍ୟାପକଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ପଚାରି ବୁଝିଥିଲେ।