This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଫକିରମୋହନ କଲେଜ ଠାରେ ଏବିଭିପି ତରଫରୁ କ୍ୟାମ୍ପସ ଶାଖା ଗଠନ
Baleshwar M, Balasore | Aug 23, 2025
ଆଜି ଦିନ ଗୋଟାଏ ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ଵର ତରଫରୁ ଉଭୟ ଫକୀରମୋହନ କନିଷ୍ଠ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଶାଳ କ୍ୟାମ୍ପସ ଶାଖା ଗଠନ କରାଯାଇଅଛି। ବିଗତ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହୁଥିବା ସତ୍ତ୍ବେ ମଧ୍ଯ ପ୍ରତିବର୍ଷ ଏବିଭିପି ତରଫରୁ କ୍ୟାମ୍ପସ ଶାଖା ଘୋଷଣା କରାଯାଏ। ଠିକ ସେହିପରି ଚଳିତବର୍ଷ ମଧ୍ଯ ନୂତନ କ୍ୟାମ୍ପସ ଶାଖା ଗଠନ କରାଯାଇ ସ୍ବୟଂଶାସିତ ମହାବିଦ୍ୟାଳୟର ସଭାପତି ଭାବେ ହୃଦାନନ୍ଦ ନାୟକ ଓ ସମ୍ପାଦକ ଭାବେ ଚିନ୍ମୟ କୁମାର ପଣ୍ଡା ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଅଛି।ଏଥିରେ ପାଖାପାଖି ୮୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।