This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଦୁର୍ଗାଦେବୀ ପଞ୍ଚାୟତରେ ବିଧାୟକଙ୍କ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଅନୁଷ୍ଠିତ
Baleshwar M, Balasore | Aug 26, 2025
ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମପଞ୍ଚାୟତରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ଵାରା "ବିକଶିତ ଗାଁ ବିକଶିତ ଓଡିଶା" ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଅବସରରେ ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ବିବେକ ବିକାଶ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ମଙ୍ଗବାର ଅପରାହ୍ନ ୫:୩୦ରେ ସମାପନ କରାଯାଇଥିଲା।