This browser does not support the video element.
ରେଢାଖୋଲ: କଦଳୀଗଡ ଅଞ୍ଚଳ ରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଲା 'ପୁରା ଉଆଁସ'
Rairakhol, Sambalpur | Aug 23, 2025
ପ୍ରତିବର୍ଷ ପରି ଆଜି ଶନିବାର ଅପରାହ୍ନରେ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା ତିଥିରେ ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ କଦଳୀଗଡ ତଥା ଆଖପାଖ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଲା ପଶ୍ଚିମ ଓଡ଼ିଶାର ଅନ୍ୟତମ ଗଣପର୍ବ 'ପୁରା ଉଆଁସ'।ଏହି ପର୍ବକୁ ନେଇ ଛୋଟପିଲାଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଛୋଟପିଲାଙ୍କ ମଧ୍ଯରେ ଭାବର ଆଦାନପ୍ରଦାନ ସାଙ୍ଗକୁ ପରୋକ୍ଷରେ ଘର କରଣା ବିଷୟରେ ଶିକ୍ଷା ମିଳୁଥିବା ଏହି ପର୍ବରେ ଆଜି ଅପରାହ୍ନରେ ଝିପ୍ ଝିପ୍ ବର୍ଷା ଦାଉ ସାଧିଥିଲା।