This browser does not support the video element.
ବରଗଡ: ବରଗଡ ବିଧାୟକ ବରଗାଁ ସ୍ଥିତ ସବ ଷ୍ଟେସନ ପଡ଼ାରେ ନବ ନିର୍ମିତ ଗୋଷ୍ଠୀ କେନ୍ଦ୍ରର କଲେ ଉଦଘାଟନ
Bargarh, Bargarh (Baragarh) | Sep 9, 2025
ବରଗଡ଼ ଅନ୍ତର୍ଗତ ବରଗାଁ ଗ୍ରାମ ସ୍ଥିତ ସବଷ୍ଟେସନ ପଡ଼ାରେ ବିଧାୟକ ପାଣ୍ଠିର ଅନୁଦାନରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ହୋଇଯାଇଛି | ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଡ଼ିଓ ଉପସ୍ଥିତ ରହିଥିବା ବେଳେ ଗ୍ରାମ ବାସି ଉପସ୍ଥିତ ରହିଥିଲେ | ଏହା ଦ୍ୱାରା ଲୋକେ ଉପକୃତ ହୋଇପାରିବେ ବୋଲି ବିଧାୟକ ଜଣାଇଛନ୍ତି | ଏହି ଅବସରରେ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।