This browser does not support the video element.
ଆଳି: ବିଲରେ କାମ କରୁଥିବା ବେଳେ କାଳବୈଶାଖୀ ଯୋଗୁଁ ବଜ୍ରଘାତରେ ସାଳିଅଞ୍ଚ ଗ୍ରାମର ଯୁବକ ମୃତ
Aali, Kendrapara | Apr 16, 2024
ଆଜି ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଆଳି ଥାନା ଅନ୍ତର୍ଗତ ସାଳିଅଞ୍ଚ ଗ୍ରାମର ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗ୍ରାମର ବିଷ୍ଣୁଚରଣ ବେହେରାଙ୍କ ସାନପୁଅ ଅନିଲ ବେହେରା ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯୁବକଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।