This browser does not support the video element.
କୋଟପାଡ: ବୈପାରିଗୁଡାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର ଓ ଗଛ
Kotpad, Koraput | Aug 27, 2025
ବୈପାରିଗୁଡାରେ ଲୋଗଣ ବର୍ଷା ର ପ୍ରବାହ l ବର୍ଷାରେ ବହୁ କ୍ଷୟକ୍ଷତି ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଘର, ଉପୁଡିଲା ଗଛ, ଏକର ଏକର ଚାଷ ନଷ୍ଟ l ବୈପାରିଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତର ମାଳିଗୁଡା ଡ଼୍ୟାମ ଉପର ଭାଗରୁ ପାଣି ଉଛୁଳି ଗାଁ ଭିତରେ ପ୍ରବେଶ କରିଛି। ଦଶମନ୍ତପୁର ପଞ୍ଚାୟତର ଗରଡୁଗୁଡା ବ୍ରିଜ୍ ଭାଙ୍ଗିବା ଫଳରେ ରାଜୁଗୁଡା, ଉଛୁଲଗୁଡା ଏବଂ ଭରୁଆଭାଡି ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏଥିସହ ରାମଗିରି ଭାଲୁଗୁଡା, ହଳଦୀକୁଣ୍ଡ ମୁର୍ଯ୍ୟଛୁଆଁ, ମହୁଲି ଏବଂ କୋଲାର ଗାଁ ରେ ଏକାଧିକ ଘର ଭାଙ୍ଗିଛି l