This browser does not support the video element.
ଯୋଡା: ଚମ୍ପୁଆ : ଯୋଡାରେ ଉତ୍କଳ ଦିବସ ପାଳିତ , ପାରମ୍ପାରିକ ବାଦ୍ୟ , ଘୋଡା ନାଚରେ ସହର କମ୍ପି ଉଠିଲା
Joda, Kendujhar | Apr 1, 2024
ଚମ୍ପୁଆ : ଯୋଡାରେ ଉତ୍କଳ ଦିବସ ପାଳିତ , ପାରମ୍ପାରିକ ବାଦ୍ୟ , ଘୋଡା ନାଚରେ ସହର କମ୍ପି ଉଠିଲା ଯୋଡା ଉତ୍କଳ ଦିବସ ସମାରୋହ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନ ୯ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା । ଉତ୍କଳ ଦିବସ ପାଳନକୁ ନେଇ ଯୋଡାବାସୀଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଉତ୍କଳ ଦିବସ ସମାରୋହ ସେବା ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ସମାରୋହ ଟ୍ରଷ୍ଟର ସଦସ୍ୟ ମାନେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ବହନ କରୁଥିବା ବିଭିନ୍ନ ପ୍ରକାର ଝାଙ୍କି ସମଗ୍ର ଯୋଡା ସହର ପରିକ୍ରମା କର