Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ବାବା ବାଲି କପିଳେଶ୍ଵର ମନ୍ଦିର ବାହାର ବେଢାରେ ୩ଦିନ ହେବ ଗୁହରିଆ ପଡିଥିବା ଭକ୍ତଙ୍କ ମୃତ୍ୟୁ l

Puri M, Puri | Sep 6, 2025
କୋଣାର୍କ-ରାମଚଣ୍ଡୀ ଥାନା ଅଧୀନ ବାବା ବାଲି କପିଳେଶ୍ଵର ମନ୍ଦିର ବାହାର ବେଢାରେ ୩ଦିନ ହେବ ଗୁହରିଆ ପଡିଥିବା ଭକ୍ତଙ୍କ ଆଜି ଭୋର ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନାରୁ ଜଣାପଡେକି  ପୁରୀ ଚକ୍ରତୀର୍ଥ ରୋଡ଼ ନୂଆସାହିର ଗୋବିନ୍ଦ ପରିଡ଼ା( ୪୦ବର୍ଷ) ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପିଡିତ ଥିଲେ। ତିନିଦିନ ହେବ ବାବା କପିଳଳେଶ୍ଵର ପୀଠରେ ଗୁହାରିଆ ପଡିଥିଲେ। ଆଜି ସକାଳୁ ମନ୍ଦିର ବାହାର ବେଢାରେ ବସିଥିବା ଅବସ୍ଥାରେ ମୃତୁବରଣ କରିଥିବାରେ ମନ୍ଦିର ପୂଜକ ରାମଚଣ୍ଡୀ ଥାନାକୁ ଖବର ଦେବାରୁ ରାମଚଣ୍ଡୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚିଥିଲେ l
Read More News
T & CPrivacy PolicyContact Us