Download Now Banner

This browser does not support the video element.

ଦେବଗଡ: ଜାମ୍ବୁଝରୀ ଗ୍ରାମରେ ବିଷାକ୍ତ ଚିତି ସାପ ଦଂଶନରେ ଜଣେ ବ୍ୟକ୍ତି ଗୁରୁତର

Debagarh, Debagarh (Deogarh) | Sep 30, 2025
ଦେବଗଡ ଜିଲ୍ଲା ଜାମ୍ବୁଝରୀ ଗ୍ରାମରେ ଆଜି ବିଷାକ୍ତ ଚିତି ସାପ ଦଂଶନରେ ଜଣେ ବ୍ୟକ୍ତି ଗୁରୁତର । ଗୁରୁତର ବ୍ୟକ୍ତି ସେହି ଗ୍ରାମର ସୂର୍ଯ୍ୟମଣୀ ପ୍ରଧାନ ବୋଲି ଜଣାପଡିଛି । ସୂର୍ଯ୍ୟମଣୀ ଘରେ ଥିବା ବେଳେ ତାଙ୍କୁ ଏକ ବିଷାକ୍ତ ଚିତି ସାପ ଦଂଶନ କରିଥିଲା । ତାଙ୍କ ନାତି ସାପ ଦଂଶନ କରିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ସୂର୍ଯ୍ୟମଣୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଆଜି ଦିନ ୪ ଟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।
Read More News
T & CPrivacy PolicyContact Us