This browser does not support the video element.
ଢେଙ୍କାନାଳ ସଦର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ତ୍ରିପାକ୍ଷିକ ଆଲୋଚନା
Dhenkanal Sadar, Dhenkanal | Aug 30, 2025
ଢେଙ୍କାନାଳ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ଶନିବାର ଦିନ ଅପରାହ୍ନ ୪ଟାରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଯାଇଛି। ସୂଚନା ମୁତାବକ ୨ଶହରୁ ଉର୍ଦ୍ଧ ଶ୍ରମିକ ମେରାମଣ୍ଡଳୀ ନିକଟରେ ଥିବା UIL ନାମକ କମ୍ପାନୀରେ କାମ କରିଛନ୍ତି। କମ୍ପାନୀ ଶ୍ରମିକମାନଙ୍କର ବକେୟା ଟଙ୍କା ଦେବାରେ ହେଳା କରି ଆସିଛି । ଏଥିପାଇଁ ଶ୍ରମିକମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଥିଲେ।ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନୀ କତୃପକ୍ଷ ଓ ଶ୍ରମିକମାନଙ୍କୁ ନେଇ ଏକ ତ୍ରିପାକ୍ଷିକ ଆଲୋଚନା କରାଯାଇଛି ।