This browser does not support the video element.
ରେଢାଖୋଲ: ବଡବାହାଳ ରେଞ୍ଜ ରେ ହାତୀ ଉପଦ୍ରବ , ବ୍ୟାପକ ଧାନ ଫସଲ ନଷ୍ଟ
Rairakhol, Sambalpur | Sep 27, 2025
ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ କଦଳୀଗଡ ସେକ୍ସନରେ ହାତୀ ଉପଦ୍ରବ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି।ଚାଷ ଆରମ୍ଭରୁ ଏ ଅଞ୍ଚଳରେ ପ୍ରତି ଦିନେ ଦୁଇ ଦିନ ବ୍ୟବଧାନରେ ହାତୀ ଉପଦ୍ରବ ଲାଗି ରହିଛି। ଶନିବାର ରାତି ୯ ଟା ସମୟରେ ୮ ଟିକିଆ ହାତୀପଲ କିଆକଟା ରେଞ୍ଜ ଅଞ୍ଚଳରୁ ଆସି କନ୍ଧରା,ବିଶିପାଲି ଓ କଦଳୀଗଡ ତଥା ଆଖପାଖ ଅଞ୍ଚଳରେ ବହୁ ଧାନଫସଲ ନଷ୍ଟ କରିଛନ୍ତି। ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ବାଣ ଫୁଟାଇ ପାଖ ଜଂଗଲକୁ ଘୋଡାଇ ଦେଇଛନ୍ତି ।