This browser does not support the video element.
ହିନ୍ଦୋଳ: ଟାଙ୍ଗୀସାଳ ଗ୍ରାମରେ ହାତୀ ଆକ୍ରମଣରେ ଚାଷି ମୃତ
Hindol, Dhenkanal | Aug 2, 2025
ପୁଣି ହାତୀ ନେଲା ଆଉ ଏକ ଜୀବନ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ମହାଲୁଣ୍ଡା ଟାଙ୍ଗୀସାଳ ଗ୍ରାମର ଚାଷିଙ୍କର ଜୀବନ ଚାଲିଯାଇଛି । ଗତ ୨ଦିନ ତଳେ ହାତୀ ଆକ୍ରମଣରେ ଗୋଟିଏ ଗ୍ରାମର ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣ ଶିକାର ହୋଇ ସୁଧାକର ସାମଲଙ୍କର ମୃତ୍ୟୁ ହୋଇଛିା ସୂଚନା ମୁତାବକ ଚାଷି ସୁଧାକର ଗତ ରାତିରେ ଗ୍ରାମ ନିକଟ ବିଲକୁ ଧାନ ତଳି ଦେଖିବାକୁ ଯାଇ ଆଉ ଫେରି ନ ଥିଲେ । ପରିବାର ଲୋକ ଖୋଜାଖୋଜି ପରେ ଶନିବାର ସକାଳ ୬ଟାରେ ଗ୍ରାମ ନିକଟ ଧାନ ବିଲରେ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା ହୋଇପଡ଼ିଥିବାର ଦେଖିବାକୁ ମିଳିଥିଲା ।