Download Now Banner

This browser does not support the video element.

ପଦ୍ମପୁର: ଲଗାଣ ବର୍ଷାରେ ବେହାଲ ସରେଇକେଲା ଗାଁ, ଦାଣ୍ଡରେ ଲହଡି ମାରି ଘରେ ପଶିଲା ପାଣି

Padmapur, Bargarh (Baragarh) | Sep 7, 2025
ଆଜି ଅପରାହ୍ନ ୩ଟା ୪୦ ମିନିଟ ସମୟରେ ଘଣ୍ଟାଏ ରୁ ଉର୍ଦ୍ଧ ସମୟ ଧରି ଲଗାଣ ବର୍ଷା ହୋଇଥିଲା l ଲଗାଣ ବର୍ଷା ହେବାରୁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ଗାଁ ରେ ଘରେ ପାଣି ପଶିବା ସହିତ ଲୋକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗାଁ ର ଉପର ମୁଣ୍ଡ ରେ ଥିବା ପୋଖରୀ ବଡ଼ ବନ୍ଧ ଓ ଆଡ଼ କଟା ରୁ ପାଣି ମାଡି ଆସିଥିଲା l ହଠାତ ବର୍ଷା ପାଣି ମାଡି ଆସି ସରେଇ କେଲା ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଲହଡି ମାରିବା ସହ ଘରେ ଘରେ ପାଣି ପଶିଯାଇଛି l ଲଗାଣ ବର୍ଷା ରେ ଗ୍ରାମ ର ଜୟସିଂ ଖରସେଲ, ମଙ୍ଗଳୁ ସାହୁ ଙ୍କ ଘର କାନ୍ଥ ଭାଙ୍ଗି ଯାଇଛି l
Read More News
T & CPrivacy PolicyContact Us