This browser does not support the video element.
ସୁକିନ୍ଦା: ଦାନଗଦି ଠାରେ ମୋବାଇଲ ଲୁଟ ଘଟଣାରେ ଦୁଇ ଯୁବକ ମାନପୁର ଓଭର ବ୍ରିଜ ତଳୁ ଗିରଫ
Sukinda, Jajpur | Sep 8, 2025
ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡି ସ୍ଥିତ ଦାନଗଦି ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଚୋରି ହୋଇଥିଲା । ଏନେଇ ସେ ଦାନଗଦି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ସାକ୍ଷ୍ୟ ପ୍ରମାଣ ଆଧାରରେ ଦାନଗଦି ଫାଣ୍ଡି ଅନ୍ତର୍ଗତ ସିଙ୍ଗାଗାଡିଆ ଗ୍ରାମର ଯୁବକ କ୍ରିଷ୍ଣା ମଣ୍ଡଲ ଓ ସିଦ୍ଧାର୍ଥ ମଣ୍ଡଲଙ୍କୁ ଗିରଫ କରି ମାମଲା ରୁଜ୍ଜୁ କରି ସୋମବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଥିବା ଦାନଗଦି ଫାଣ୍ଡି ଅଧିକାରୀ ଅମୂଲ୍ୟ ମିଶ୍ରଙ୍କ ପକ୍ଷରୁ ସୁଚନା ମିଳିଛି ।