This browser does not support the video element.
ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ମ୍ୟାଚ ଖେଳୁଥିବା ବେଳେ ପ୍ରାଣ ହରାଇଥିବା ଫୁଟବଲ ଖେଳାଳୀଙ୍କ ନିମନ୍ତେ ଭୂୟାଁସାହି ଛକରେ ଶ୍ରଦ୍ଧାଞ୍ଜଳି ସଭା
Debagarh, Debagarh (Deogarh) | Aug 25, 2025
ଦେବଗଡ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ଠାରେ ପୌର ପରିଷଦ ପକ୍ଷରୁ ଜିଲ୍ଲା କ୍ରୀଡାସଙ୍ଘ ସହାୟତାରେ ଚାଲିଥିବା ‘କାଉନଶିଲର କପ’ ଫୁଟବଲ ପ୍ରତିଯୋଗିତାର ଏକ ମ୍ୟାଚ ଖେଳୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଜଣେ ଫୁଟବଳ ଖେଳାଳି ପ୍ରାଣ ହରାଇଥିଲେ । ଦେବଗଡ ପୌରାଂଚଳ ୨ ନମ୍ବର ୱାର୍ଡର ଫୁଟବଲ ଖେଳାଳୀ ପ୍ରକାଶ ନାୟକଙ୍କ ଅକାଳ ବିୟୋଗ ଘଟିଥିଲା । ତାଙ୍କ ସଦଗତି ନିମନ୍ତେ ଆଜି ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଭୁୟାଁ ସାହି ତଥା ୨ ନମ୍ବର ୱାର୍ଡ ବାସୀନ୍ଦାଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଭୁୟାଁସାହି ଛକ ଠାରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।