This browser does not support the video element.
ମାଲକାନଗିରି: ଚିତ୍ରକୋଣ୍ଡା ଇକୋ ପାର୍କରେ ବିଜେପି ପକ୍ଷରୁ ନୂତନ ଚିତ୍ରକୋଣ୍ଡା ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Malkangiri, Malkangiri | Aug 30, 2025
ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଇକୋ ପାର୍କରେ ବିଜେପି ପକ୍ଷରୁ ନୂତନ ଚିତ୍ରକୋଣ୍ଡା ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ସମ୍ପାଦକ ନବଘନ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ନୂତନ ମଣ୍ଡଳ ସଭାପତି ଭାବେ ଉଦୟ ନାଥ ଖିଲଙ୍କ ନାମ ଘୋଷଣା କରିବା ସହ କମିଟିର ସମସ୍ତଙ୍କ ନାମ ଘୋଷଣା କରିବା ସହ ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।