Download Now Banner

This browser does not support the video element.

ଡାବୁଗାଁ: ଅଟକବେଢାରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଘର ପୋଡି ନଷ୍ଟ

Dabugan, Nabarangpur | Sep 29, 2025
ପାପଡାହାଣ୍ଡି ଥାନା ଅଟକବେଢା ଗ୍ରାମରେ ଆଜି ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ନରହରି ନାୟକଙ୍କ ଘର ପୋଡି ନଷ୍ଟ ହୋଇଯାଇଛି | ତିନି ବଖରା ଘର ଭିତରେ ଥିବା ସମସ୍ତ ଆସବପତ୍ର ସହ ଚାଉଳ ଆଦି ପୋଡି ଯାଇଛି | ପରିବାର ବହୁ ଦୟନୀୟ ଅବସ୍ଥାରେ ଅଛନ୍ତି | ଗ୍ୟାସ ଲିକ ହେବା ନରହରି ଜାଣିବାକୁ ପାଇଥିଲେ | ଟାଙ୍କି ବନ୍ଦ କରିବା ସମୟରେ ନିଆଁ ବାହାରି ଚାଳକୁ ଲାଗିଯାଇଥିଲା | ଲୋକେ ଆଉ ନିଆଁକୁ ଆୟତ କରି ପାରିନଥିଲେ | ପରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ | ଗରିବ ପରିବାରଙ୍କୁ ସରକାରି ସହାୟତା ପାଇଁ ନିବେଦନ କରିଛନ୍ତି |
Read More News
T & CPrivacy PolicyContact Us