This browser does not support the video element.
ଢେଙ୍କାନାଳ ସଦର: ଓଭରବ୍ରିଜ ନିକଟ ରାମେଶ୍ବରପୁର ରାସ୍ତାରେ ଜଳିଗଲା ସ୍କୁଟି
Dhenkanal Sadar, Dhenkanal | Aug 24, 2025
ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ଓଭରବ୍ରିଜ ନିକଟ ରାମେଶ୍ବରପୁର ରାସ୍ତାରେ ରବିବାର ଅପରାହ୍ନ ୫ଟା ୩୦ମିରେ ହଠାତ ଏକ ସ୍କୁଟି ହୁ ହୁ ହୋଇ ଜଳିଗଲା । ସୂଚନା ମୁତାବକ ସଦର ଥାନା ସାଇଁବିରି ଗ୍ରାମର ଯୁବକ ବିଷ୍ଣୁ ପ୍ରସାଦ ବେହେରା ସ୍କୁଟିରେ ବ୍ୟାଟେରୀ ପକାଇ ଘରକୁ ଯାଉଥିବା ବେଳେ ହଠାତ ଗାଡି ଟାଣି ନ ଥିଲା I ଏହାପରେ ଗାଡିରୁ ଓହ୍ଲାଇ ଗ୍ୟାରେଜ ନେବା ସମୟରେ ହୁ ହୁ ହୋଇ ଗାଡିଟି ଜଳି ଯାଇଥିଲା। କେଉଁ କାରଣରୁ ଜଳିଗଲା ଜଣାପଡି ନ ଥିବା ବେଳେ ବ୍ୟାଟେରୀ ଯୋଗୁଁ ଜଳି ଯାଇଥିବା ଅନୁମାନ କରିଥିବା ବିଷ୍ଣୁ ପ୍ରକାଶ କରିଛନ୍ତି।