This browser does not support the video element.
ଜଳେଶ୍ବର: ବାଘବଜାର ପୋଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ପୋଲିସ ର ତଦନ୍ତ ଜାରୀ
Jaleswar, Balasore | Sep 9, 2025
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬0ନମ୍ବର ଜାତୀୟ ରାଜପଥର ବାଘବଜାର ପୋଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜୈନିକ ଯୁବକର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଏହି ପୋଲ ନିକଟରେ ଉକ୍ତ ଯୁବକର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜାତୀୟ ରାଜପଥ ପହରା ପୋଲିସ ଓ ଅମର୍ଦ୍ଦାରୋଡ଼ ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ ବସ୍ତା ହସ୍ପିଟାଲକୁ ପଠାଇଛି। ମୃତ ବ୍ୟକ୍ତି ଜଣକର ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଲାଗି ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ କେନ୍ଦ୍ରକୁ ପଠ