Download Now Banner

This browser does not support the video element.

ଚୌଦ୍ବାର: ବେଆଇନ ହାତରନ୍ଧା ଦେଶୀମଦ ବିକ୍ରି ଓ ଚାଲାଣ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ ଗିରଫକରି ଅଦାଲତ ପଠାଇଛି।

Choudwar, Cuttack | May 9, 2025
ବେଆଇନ ହାତରନ୍ଧା ଦେଶୀମଦ ବିକ୍ରି ଓ ଚାଲାଣ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଅଭିଯୁକ୍ତଙ୍କୁ ଗିରଫକରି ଅଦାଲତ ପଠାଇଛି। ଗିରଫ ଜଣଙ୍କ ହେଲେ ହରିଅନ୍ତା ପଞ୍ଚାୟତ ନିମାପଡ଼ାର ବିରଞ୍ଚି ସେଠୀ(୪୩)। ପୁଲିସ ସୂଚନା ଅନୁସାରେ କିଛି ବ୍ୟକ୍ତି ଆଠଗଡ଼଼ର ବିଭିନ୍ନ ଅଞ୍ଚଳରୁ ଚୋରାରେ ବେଆଇନ ଭାବେ ହାତରନ୍ଧା ଦେଶୀମଦକୁ ଆଣି ଥାନା ଅଞ୍ଚଳର ପାହାଡିଆ ଗ୍ରାମ ମାନଙ୍କରେ ଚାଲାଣ ସହ ବିକ୍ରି କରୁଥିବା ଅଭିଯୋଗ ରହିଥିଲା। ଖବର ଆଧାରରେ ପୁଲିସ ଚଢଉକରି ଘର ପଛରେ ଲୁଚାଇ ରଖାଯାଇଥିବା ମଦକୁ ଜବତ କରିଥିବା ଶୁକ୍ରବାର ରାତି ୯ଟାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us