Download Now Banner

This browser does not support the video element.

କୁଚିଣ୍ଡା: ୟୁରିଆ ସାର କଳାବଜାରୀ ଅଭିଯୋଗ ରେ ଉଲଣ୍ଡା ର ଏକ ସାର ଗୋଦାମ କୁ ସିଲ୍ କଲା ପ୍ରଶାସନ

Kochinda, Sambalpur | Aug 21, 2025
ବର୍ତ୍ତମାନ ଧାନ ଚାଷ ପାଇଁ ସାର ର ଘୋର ଅଭାବ ରହିଥିବା ବେଳେ ଏହାର ସୁଯୋଗ ନେଇ କେତେକ ପ୍ରାଇଭେଟ ସାର ଡିଲର ଚଢ଼ା ଦର ରେ ସାର୍ ବିକ୍ରି କରୁଥିବା ଅଭିଯୋଗ ରହିଥିଲା। ଏନେଇ ଅଭିଯୋଗ ପାଇ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ନିର୍ଦେଶ ରେ କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ, କୁଚିଣ୍ଡା ଯୋଗାଣ ଅଧିକାରୀ ରାଜ କିଶୋର ସ୍ୱାଇଁ ଓ କୁଚିଣ୍ଡା କୃଷି ଅଧିକାରୀ କାର୍ତ୍ତିକ ମଲ୍ଲିକ, ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଗୋଛରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଲଣ୍ଡା ଗ୍ରାମରେ ସାର୍ ଗୋଦାମ ରେ ଚଢ଼ାଉ କରି ସାର୍ ଜବତ କରିବା ସହ ଗୋଦାମ କୁ ସିଲ୍ କରିଥିବା ଜଣାପଡିଛି।
Read More News
T & CPrivacy PolicyContact Us