This browser does not support the video element.
କୋଟପାଡ: ବୈପାରୀଗୁଡା ଠାରେ ଡ୍ରାଇଭର ସଙ୍ଘ ପକ୍ଷରୁ ସଡ଼କ ସୁରକ୍ଷା ନେଇ ଶୋଭାଯାତ୍ରା ଅନୁଷ୍ଠିତ l
Kotpad, Koraput | Sep 1, 2025
ଡ୍ରାଇଭର ସଙ୍ଘ ପକ୍ଷରୁ ସଡ଼କ ସୁରକ୍ଷା ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବୈପାରୀଗୁଡା ଡ୍ରାଇଭର ସଙ୍ଘ ସଭାପତି ମାଧବ ବିଶୋଇ ଙ୍କ ନେତୃତ୍ୱରେ ସମବାର ଅପରାହ୍ନ ଘଣ୍ଟେ ସମୟରେ ଆୟୋଜିତ ଉକ୍ତ ଶଭାଯାତ୍ରା ରେ ବ୍ଲକ ର ଶତାଧିକ ଡ୍ରାଇଭର ପ୍ରମୁଖ ଉପସ୍ଥିତ ଥିଲେ l ବହୁତ ଦୃତଗତିରେ ବାହାନ ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ଲାଲ୍ ବତୀକୁ ଲଙ୍ଘିବା, ହେଲମେଟ ବା ସିଟ୍ ବେଲ୍ଟ ଭଳି ସୁରକ୍ଷା ସାଧନକୁ ଉପେକ୍ଷା କରିବା, ବାହାନ ଚଳାଇବା ସମୟରେ ଖାଇବା ବା ପିଇବା, ମୋବାଇଲ୍ ରେ କଥାହେବା ଲାଗି ଦୁର୍ଘଟଣା ଘଟୁଛି ବୋଲି ଲୋକଙ୍କୁ ସଚେତନ କରାଯାଇଛି l