This browser does not support the video element.
ପଦ୍ମପୁର: ମୋଟର ସାଇକେଲ ଚୋରି ଗ୍ୟାଙ୍କ କୁ ଧରିଲା ଝାରବନ୍ଧ ପୋଲିସ, 31 ମୋଟର ସାଇକେଲ ଉଦ୍ଧାର , 8 ଅଭିଯୁକ୍ତ କୋର୍ଟ ଚାଲାଣ
Padmapur, Bargarh (Baragarh) | Aug 25, 2025
ନାରୀ ବେଶରେ ଦିନରେ ଭିକ୍ଷା ବୃତି ଓ ରାତିରେ ବାଇକ ଚୋରି । ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ଖାରବନ୍ଧ ଥାନା ଅଂଚଳରେ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପୋଲିସ ବଡ ବାଇକ ଚୋରିର ପର୍ଦଫାଶ କରିଛି । ୩୧ ଗୋଟି ଚୋରି ବାଇକ ସହ ଚୋରିିରେ ସମ୍ପୃକ୍ତ ରହିଥିବା ଆଠ ଜଣଙ୍କୁ ଗିରଫ କରିଛି ପୋଲିସ । ଛତିଶଗଡ ରାଜ୍ୟର କିଛି ଯୁବକ ମହିଳା ବେଶ ଧାରଣ କରି ଦିନରେ ଲୋକଙ୍କ ଠାରୁ ଭିକ୍ଷାବୃତି କରୁଥିଲେ ଓ ରାତିରେ ମୋଟର ସାଇକେଲ ଚୋରି କରି ପାଇକମାଲ ଓ ଝାରବନ୍ଧ ଅଂଚଳରେ ବିକ୍ରି କରୁଥିଲେ । ସେହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ଝାରବନ୍ଧ ପୋଲିସ ।