This browser does not support the video element.
ବଲାଙ୍ଗୀର: ଆସନ୍ତାକାଲି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡିକୁ ନେଇ ୟେଲୋ ଆଲର୍ଟ ଜାରି
Balangir, Balangir | Aug 22, 2025
ଆସନ୍ତା ୨୩ ତାରିଖ ସକାଳ ୮ଟା ୩୦ରୁ ୨୪ ଅଗଷ୍ଟ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ପାଇଁ ଭୁବନେଶ୍ୱର ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ସହ ମେଘଗଜନ, ସହିତ ତୀବ୍ର ପବନ (ଗତି ପ୍ରାୟ 30ରୁ 40 କି.ମି. ପ୍ରତିଘଣ୍ଟା) ବହିବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଭାରି ବର୍ଷା (7 ସେ.ମି.ରୁ 11 ସେ.ମି. ପର୍ଯ୍ୟନ୍ତ) ହେବାର ଆଶଙ୍କା ରହିଛି । ତେଣୁ ଜନସାଧାରଣଙ୍କୁ ଆଜି ଅପରାହ୍ନ ୨ଟା ସମୟ ରେ ସଚେତନ ହେବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବ।