This browser does not support the video element.
ବୀରମହାରାଜପୁର: ବିନିକା ପଞ୍ଚାୟତ ସମିତି ସଭା ଗୃହରେ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Biramaharajpur, Subarnapur (Sonepur) | Aug 22, 2025
ବିନିକା ପଂଚାୟତ ସମିତି ସଭା ଗୃହରେ ଆଜି ଅପରାହ୍ନ ପ୍ରାୟ 2ଟା ପର୍ଯ୍ୟନ୍ତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟଖ୍ୟା ଦୀପ୍ତି ରେଖା ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଧାୟକ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ମଣ୍ଟୁ ଖମାରିଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେl ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ,ପାନୀୟ ଜଳ ଯୋଗାଣ, ଜଳ ସେଚନ, କୃଷି, ଜଙ୍ଗଲ ବିଭାଗ, ଉଦ୍ୟାନ, ମତ୍ସ୍ୟ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା