This browser does not support the video element.
ଖୋର୍ଦ୍ଧା: ଛଣଗିରି ସୁନା ଅଳଙ୍କାର ଦୋକାନରୁ ଲୁଟ ଘଟଣା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ
Khordha, Khordha | Sep 2, 2025
ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ବର୍ଣ୍ଣ ଅଳଙ୍କାର ଦୋକାନରୁ ଗତ ୨୪ ତାରିଖ ଦିନ ଦ୍ୱିପହରେ ହୋଇଥିବା ବଡ଼ ଲୁଟ୍ ଘଟଣାର ପୋଲିସ ମଙ୍ଗଳବାର ପର୍ଦ୍ଦାଫାଶ କରିଛି। ଗତ ୨୪ତାରିଖରେ ୧୦ଜଣ ଡକାୟତ ମୁଖା, ହେଲମେଟ ପିନ୍ଧି ବନ୍ଧୁକ, ବମ୍ ଫୁଟାଇ ରୂପା, ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରି ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ।ହେଲେ ଲୁଟ୍ ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ ମିଳିଥିଲା।ପୋଲିସ ଅଭିଯୁକ୍ତଙ୍କ ନିକଟରୁ ସୁନା, ରୂପା ଏବଂ ନଗଦ ୯ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରିଛି।