This browser does not support the video element.
ଆନନ୍ଦପୁର: ରମ୍ପାସ ନିକଟରେ ହାଇୱା ଗାଡି ଭଙ୍ଗାରୁଜା
Anandapur, Kendujhar | Sep 11, 2025
ଅଣା ସମଣା ରାସ୍ତାର ରମ୍ପାସ ଛକ ନିକଟରେ ଏକ ଦୋକାନ ସମ୍ମୁଖରେ ରଖା ଯାଇଥିବା ଏକ ହାଇୱା ଗାଡିକୁ ଭଙ୍ଗା ରୁଜା କରାଯାଇଥିବା ଜଣାପଡିଛି। ହାଇୱା ଟି ନୂଆ ରମ୍ପାସ ଗ୍ରାମର ହୋଇଥିବା ବେଳେ ଆଜି ଦିନ୪ଟା ବେଳେ କିଛି ଯୁବକ ଭଙ୍ଗାରୁଜା କରିଛନ୍ତି। ଏହାର କାରଣ ଜଣା ପଡିନଥିବା ବେଳେ ପୂର୍ବ ବିବାଦରୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଥାନାରେ ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ହୋଇ ନଥିବା ନନ୍ଦିପଦା ପୋଲିସ ସୂଚନା ଦେଇଛି।