Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳ ବିଜେପି କାର୍ଯ୍ୟାଳୟରେ ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ

Naktideul, Sambalpur | Sep 21, 2025
ନାକଟିଦେଉଳ ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ ।ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାକଟିଦେଉଳ ବିଜେପି ପକ୍ଷରୁ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରକୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ l ନାକଟିଦେଉଳ ବ୍ଲକର ୧୪ଟି ପଂଚାୟତ ରୁ ୧୦୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ l ଏହି ଶିବିରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ବିଜେପି ନେତା ନେତ୍ରାନନ୍ଦ ରାଉଳ, ନୀଳାମ୍ବର ସାହୁ, ମଣ୍ଡଳ ସଭାପତି କିସିଣ୍ଡା ସୁଶାନ୍ତ ଭୂତିଆ ଯୋଗଦେଇଥିଲେ l
Read More News
T & CPrivacy PolicyContact Us