This browser does not support the video element.
ସୋର: ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନ ରୋଡ଼ରେ ଡ୍ରେନରେ ପଡ଼ିଥିବା ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
Soro, Balasore | Aug 24, 2025
ବୁଲା ଷଣ୍ଢ ଙ୍କୁ ଡ୍ରେନ ରୁ ଉଦ୍ଧାର କଲେ ସୋର ଅଗ୍ନିଶମ ବିଭାଗ ଆଜି ରବିବାର ରାତି 7 ଘଟିକା ସମୟରେ ସୋର ପୌରପାଳିକା ଅର୍ନ୍ତଗତ ଷ୍ଟେସନ ରୋଡ ନିକଟସ୍ଥ ଡ୍ରେନ ରେ ଏକ ବୁଲା ଷଣ୍ଢ ଗଳିପଡ଼ିଥିଲା ।ମିଳିଥିବା ସୂଚନା ଅନୁଯାୟୀ ଦୁଇ ଷଣ୍ଢ ପରସ୍ପର ମଧ୍ୟରେ ଲଢେ଼ଇ ଲାଗିଥିବା ବେଳେ ଗୋଟିଏ ଷଣ୍ଢ ଡ୍ରେନ ମଧ୍ୟ କୁ ଗଳିପଡିଥିଲା।ସ୍ଥାନୀୟ ଲୋକେ ସୋର ଅଗ୍ନିଶମ ବିଭାଗ ଙ୍କୁ ଖବର ଦେବାପରେ ସୋର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଷଣ୍ଢ ଟିକୁ ଡ୍ରେନ ମଧ୍ୟ ରୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଥିଲା।