Download Now Banner

This browser does not support the video element.

ଦେବଗଡ: ତଅଁଳା ସାହିରୁ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗ, ଜଣେ ଅଟକ

Debagarh, Debagarh (Deogarh) | Sep 8, 2025
ଦେବଗଡ ଥାନା ଅନ୍ତର୍ଗତ ତଅଁଳା ସାହିରୁ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗ ହୋଇଛି । ଏହି ଘଟଣାରେ ଦେବଗଡ ଥାନାରେ ଆଜି ଏକ ମାମଲା ରୁଜୁ ହୋଇଥିବା ବେଳେ ଜଣେ ଅଟକ ଥିବା ନେ ରାତି ୧୦ ଟାରେ ପୋଲିସ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ରିଆମାଳ ଥାନା ବୁଢିଦୋ ଗ୍ରାମର ଚିତରଞ୍ଜନ ବେହେରା ଦେବଗଡ ତଅଁଳାସାହିରେ ଘର କରି ପରିବାର ସହିତ ରହୁଛନ୍ତି । ତେବେ ତାଙ୍କ ଘର ଭିତରୁ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତି ଗ୍ୟାସ ସିଲିଣ୍ଡର ଚୋରି କରି ନେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ଚୋରି ମାମଲା ରୁଜୁ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।
Read More News
T & CPrivacy PolicyContact Us