This browser does not support the video element.
ଖଲ୍ଲିକୋଟ୍: କେଶପୁର ଛକରେ ବେଆଇନ ସାର ଗୋଦାମ ରେ ତହସିଲଦାର ଙ୍କ ଚଢ଼ାଉ, ୬୨ ବସ୍ତା ସାର ଜବତ
Khalikote, Ganjam | Aug 30, 2025
କେଶପୁର ଛକ ରେ ଜଣେ ବ୍ୟକ୍ତି ନିଜ ଘରେ ବିପୁଳ ପରିମାଣର ସାର ମହଜୁଦ କରି ରଖିଥିବା ଖବର ପାଇ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । କେଶପୁର ଛକ ରେ ନୀଳମାଧବ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ନିଜ ଘରେ ସାର ମହଜୁଦ ରଖି ବ୍ୟବସାୟ କରୁଥିବା ଖବର ପାଇ ଖଲ୍ଲିକୋଟ ତହସିଲଦାର ଡି. ମାଲେଶ୍ୱର ପାତ୍ର, କୃଷି ଅଧିକାରୀ ଓ ଖଲ୍ଲିକୋଟ ପୋଲିସ ମିଳିତ ଭାବେ ଚଢ଼ାଉ କରି ୬୨ ବସ୍ତା ବିଭିନ୍ନ ସାର ଜବତ କରି ଅଧିକୃତ ଡିଲର ଙ୍କୁ ହସ୍ତାନ୍ତର କରିଥିଲେ।