Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଚାନ୍ଦିପୁର ସମୁଦ୍ରକୂଳ ଆଠ ହଜାର ଠାରେ ବଙ୍ଗୀୟ ଯୁବକଙ୍କ ମୃତଦେହ ଉଦ୍ଧାର

Baleshwar M, Balasore | Aug 27, 2025
ଗତ ୨୩ ତାରିଖ ଉଦୟପୁର ଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ବଙ୍ଗୀୟ ଯୁବକ ସମୁଦ୍ରରେ ବୁଡିଯାଇଥିଲେ।ଘଟଣାର ଚାରିଦିନ ପରେ ୨୬ ତାରିଖ ରାତିରେ ଯୁବକଙ୍କ ମୃତଦେହ ଚାନ୍ଦିପୁର ବଳରାମଗଡି ମେରାଇନ ଥାନା ଅଧୀନ ଆଠ ହଜାର ସମୁଦ୍ରକୂଳରେ ଲାଗିଥିଲା।ମେରାଇନ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ଗୃହ ଆଇସ ଚ୍ୟାମ୍ବର ରେ ରଖାଯାଇଥିଲା।ମୃତ ଯୁବକ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଶାନ୍ତିପୁର ଅଞ୍ଚଳର ସଂଜିତ ବାସକ।ଖବର ପାଇ ତାଙ୍କର ପରିବାର ଓ ପରିଜନ ଲୋକେ ଆଜି ଅପରାହ୍ନ ୩ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।
Read More News
T & CPrivacy PolicyContact Us