This browser does not support the video element.
ଢେଙ୍କାନାଳ ସଦର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଗସ୍ତ ସମୟରେ ଓଡାପଡ଼ା ଠାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ
Dhenkanal Sadar, Dhenkanal | Aug 27, 2025
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ଗସ୍ତ କରିଛନ୍ତି। ଗତ କାଲି ରାତିରେ ଢେଙ୍କାନାଳ ସର୍କିଟ ହାଉସ ଠାରେ ଅବସ୍ଥାନ ପରେ ଆଜି ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଅନୁଗୁଳ ଅଭିମୁଖେ ବାହାରିଥିଲେ। ବାଟରେ ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ଅଂଚଳ ବାସୀ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ। ତେବେ ଢେଙ୍କାନାଳ ଜିଲ୍ଲା ଓଡାପଡା ଠାରେ ପହଁଚିବା ପରେ ସ୍ଥାନୀୟ ଲୋକମାନେ ବିପୁଳ ସଂଖ୍ୟାରେ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।