This browser does not support the video element.
ଜୟପୁର: ମରଣାନ୍ତକ ଆକ୍ରମଣ ମାମଲାରେ ଗୋପବନ୍ଧୁ ନଗରରୁ ଅଭିଯୁକ୍ତକୁ ଗିରଫ କଲା ଜୟପୁର ଟାଉନ ପୋଲିସ
Jeypore, Koraput | Aug 25, 2025
ଜୟପୁର ଟାଉନଥାନା ପୋଲିସ ଦୈନିକ ବଜାରରେ ମଦ୍ୟପାନ କରିବା ସହ ଗଣ୍ଡଗୋଳ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଦୁର୍ଦ୍ଧାନ୍ତ ଅପରାଧି ଗୋପବନ୍ଧୁ ନଗରର ଗଣେଷ ପୂଜାରି ଙ୍କୁ ଗିରଫ କରିବା ସହ ଆଜିସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି । ଗତ ଦୁଇଦିନ ପୂର୍ବେ ଜୟପୁର ଦୈନିକ ବଜାରରେ ପୂର୍ବ ଶତୃତାକୁ ନେଇ ଓଡିଆ ମେଦ୍ରୀ ସାହିର ହେମନ୍ତ ପରଜାଙ୍କୁ ଗୋପବନ୍ଧୁ ନଗରର ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଏକ କ୍ରିକେଟ ବ୍ୟାଟ ସହାୟତାରେ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।