This browser does not support the video element.
ଖୋର୍ଦ୍ଧା: ସାନପଦର ରେଲୱେ ଓଭର ବ୍ରିଜ ନିକଟରେ ଅଜଣା ଗାଡ଼ି ଧକ୍କାରେ ଲୁଗା ବ୍ୟବସାୟୀଙ୍କ ମୃତ୍ୟୁ
Khordha, Khordha | Oct 1, 2025
ବେଗୁନିଆ ଥାନା ସାନପଦର- ପିଚୁକୁଳି ରାସ୍ତା ର ରେଲୱେ ବ୍ରିଜ ନିକଟରେ ଦୁର୍ଘଟଣା। ଅଜଣା ଗାଡି ଧକ୍କା ରେ ଜଣେ ଲୁଗା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣକ ହେଲେ ସାନପଦର ଗ୍ରାମର ବସନ୍ତ ନାୟକ। ପୂଜାସାମଗ୍ରୀ କିଣି ସ୍କୁଟି ରେ ଘରକୁ ଫେରୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଧକ୍କା ପରେ ନିକଟ ରେ ଥିବା ଜମି ରେ ପଡି ଯାଇଥିଲେ ବସନ୍ତ।ଦୀର୍ଘ ସମୟ ପଡି ରହି ସେହିଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।