This browser does not support the video element.
ଧରାକୋଟ: ଧରାକୋଟ ବ୍ଳକ ର ପାଟପୁର ଗ୍ରାମରେ ହଇଜା ଆତଙ୍କ।
Dharakote, Ganjam | Jul 10, 2024
ଧରାକୋଟ ବ୍ଲକ ପାଟପୁର ଗ୍ରାମରେ ହଇଜା ଆତଙ୍କ ଧରାକୋଟ ବ୍ଲକ ସୀଙ୍ଗିପୁର ପଞ୍ଚାୟତ ପାଟପୁର ଗ୍ରାମରେ ଗତ ତିନି ଦିନ ହେଲା ଝାଡ଼ା ବାନ୍ତି ଲାଗି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି l ଧରାକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଗୋଟେ ଟିମ୍ ଆଜି ଦିବା ଗୋଟାଏ ସମୟରେ ପହଞ୍ଚି ଗ୍ରାମର ସ୍ଥିତି ଉପରେ ନଜର ରଖିଛନ୍ତି l ଆକ୍ରାନ୍ତଙ୍କ ମଧ୍ୟରେ ଗ୍ରାମର ଜଣେ ଗର୍ଭମତି ମହିଳା ସନ୍ତୋଷିନି ବେହେରା ପ୍ରଥମେ ସୋରଡ଼ା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ l ସେହି ପରି ଗ୍ରାମର ଆଉ ଜଣେ ମହିଳା ବାସନ୍ତି ଗୌଡ ଆକ୍ରାନ୍ତ ଥିଲେ।