This browser does not support the video element.
ବଲାଙ୍ଗୀର: କୁତୁର୍ଲା ପଞ୍ଚାୟତର ଗଣ୍ଡାପଡାରେ ୪୮ ପରିବାର ଏକାଠି ମିଶି ପାଳିଲେ ନୂଆଖାଇ ସମାଜକୁ ଦେଲେ ଭାଇଚାରାର ବାର୍ତ୍ତା
Balangir, Balangir | Aug 28, 2025
ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଗଣ୍ଡାପଡାରେ ୪୮ ପରିବାର ଏକାଠି ମିଶି ପାଳିଲେ ନୂଆଖାଇ ସମାଜକୁ ଦେଲେ ଭାଇଚାରାର ବାର୍ତ୍ତା ଦେଓଗାଁ ବ୍ଲକର କୁତୁର୍ଲା ଗ୍ରାମ ପଞ୍ଚାୟତର ଗଣ୍ଡାପଡା ଗାଁରେ ନୂଆଖାଇ ପର୍ବକୁ ନେଇ ଦେଖାଗଲା ନିଆରା ଦୃଶ୍ୟ। ସ୍ଥାନୀୟ ୪୮ଟି ପରିବାର ଏକାଠି ବସି ସମ୍ମିଳିତ ଭାବରେ ଖାଇଲେ ନୂଆଖାଇ ଏହି ସାମୁହିକ ନୂଆଖାଇ ମାଧ୍ୟମରେ ସମାଜରେ ଭାଇଚାରା, ଏକତା ଓ ସମ୍ପ୍ରୀତିର ବାର୍ତ୍ତା ପ୍ରସାର ହୋଇଛି। ବଡ଼, ଛୋଟ, ସମସ୍ତେ ଏକାଠି ମିଶି ପାଳନ କରିବାରୁ ଉତ୍ସବକୁ ପରିବାରିକ ରୂପ ମିଳିଛି।