This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ରକ୍ତ ହିଁ ଜୀବନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ସଞ୍ଜୀବ କୁମାର ମହାପାତ୍ରଙ୍କ ପ୍ରତିକ୍ରିୟା
Bhadrak Rural, Bhadrak | Aug 26, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ କୁ ରକ୍ତ ହିଁ ଜୀବନ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଡ଼ିଓ ସଂଜିବ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସଂଗେସଂଗେ ବିଡ଼ିଓ ସଂଜିବ କୁମାର ମହାପାତ୍ର ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା। ଉକ୍ତ ରକ୍ତ ଦାନ ଶିବିର ରେ ମୋଟ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧ ଘଟିକା ସମୟରେ ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।