This browser does not support the video element.
ମାଲକାନଗିରି: ଗଣେଶ ପୂଜା ନିମନ୍ତେ ଉତ୍ସବ ମୁଖର କୋରୁକୋଣ୍ଡା ଏବଂ ବାଲିମେଳା ସହର, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ
Malkangiri, Malkangiri | Aug 27, 2025
ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଭୁ ଗଣେଷଙ୍କ ପୂଜା ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ସନ୍ଧ୍ୟା ୭ଟା ସମୟରେ ବାଲିମେଳା ସହରର ପମ୍ପଲାଇନ ଠାରେ ସନ୍ଧ୍ୟା ଆଳତୀ ଏବଂ ପୂଜାର୍ଚ୍ଚନା ହୋଇଥିଲା। ଏଥି ସମେତ ସ୍ୱାମୀ ବିବେକାନନ୍ଦ କ୍ଳବ, ଗୋପବନ୍ଧୁ ଛକ, ସାଇବାବା ଲାଇନ, ଗୋଡି ଲାଇନ, ଡ୍ରଗ ଲାଇନର ପୂଜା କମିଟି ସମେତ ସହରରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜରେ ମଧ୍ୟ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସେହପରି କୋରୁକୋଣ୍ଡା ସଦରରେ ଥିବା ଉତ୍କଳମଣି ଯୁବ ପରିଷଦ, ମାଉଲି ମା ପୂ