This browser does not support the video element.
ମାଲକାନଗିରି: ମାଲକାନଗିରି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୧୩୯୮ ରୋଗୀ ଚିକିତ୍ସିତ
Malkangiri, Malkangiri | Aug 21, 2025
ମାଲକାନଗିରି ଜିଲ୍ଲାରେ ୧୮ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିବା ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ରେ ୧୩୯୮ ଜଣ ରୋଗୀ ଚିକିତ୍ସିତ ହୋଇଥିବା ଆଜି ରାତ୍ର ୮ଟା ସମୟରେ ସୂଚନା ମିଳିଛି। ୭ ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ମାଲକାନଗିରି ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କରିଛନ୍ତି। ସେଥିମଧ୍ୟରୁ କାର୍ଡିଓଲୋଜିରେ ୨୬୦, ନ୍ୟୁରୋଲୋଜୀରେ ୪୧୫, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୨୬୩, ଏଣ୍ଡୋକ୍ରିନୋଲୋଜୀରେ ୨୨୯ ଓ ନେଫ୍ରୋଲୋଜିରେ ୨୩୧ ଓ ୧୩୦ ଜଣଙ୍କର ଇସିଜି କରାଯାଇଛି । ସେହିପରି ୫୯ ଜଣଙ୍କର ଏଣ୍ଡୋସ୍କୋପି ଓ ୬ ଜଣ