This browser does not support the video element.
ସୁକିନ୍ଦା: ବେଠୀଆହତା ସ୍ଥିତ ସାର ବଣ୍ଟନ କେନ୍ଦ୍ରରେ ଉତ୍ତେଜନା
Sukinda, Jajpur | Sep 28, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲେମ୍ୱୋ ଗ୍ରାମପଞ୍ଚାୟତ ସ୍ଥିତ ବେଠୀଆହତା ସ୍ଥିତ ସାର ବଣ୍ଟନ କେନ୍ଦ୍ରରେ 565 ବସ୍ତା ସାର ବସ୍ତା ବଣ୍ଟନ ହୋଇଥିବା ବେଳେ ଅନ୍ୟ ଅନେକ ଚାଷୀ ସାର ବସ୍ତା ନପାଇ ଉତ୍ତେଜନା ସୃଷ୍ଟି ହୋଇଥିବା ରବିବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଲେମ୍ୱୋ ଗ୍ରାମପଞ୍ଚାୟତ ସ୍ଥିତ ବେଠୀଆହତା ସ୍ଥିତ ସାର ବଣ୍ଟନ କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ମାନଙ୍କୁ ୟୁରିଆ ସାର ବଣ୍ଟନ କରାଯାଇଥିବା ବେଳେ ଅନ୍ୟ ଅନେକ ଚାଷି ସାରା ବସ୍ତା ନପାଇ ସ୍ଥାନୀୟ ଚାଷୀ ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଥିଲା ।