This browser does not support the video element.
ଲକ୍ଷ୍ମୀପୁର: ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ
Lakshmipur, Koraput | Sep 26, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟ କ୍ରମଅନୁଷ୍ଠିତ ହୋଇଯାଇଥିବା ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି। ମେଡ଼ିକାଲ ଇନ୍ ଚାର୍ଜ ଡଃ ଦିପକ କୁମାର ସାମଲ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ମିଲନ କୁମାର ଝାଙ୍କର, ଅତିରିକ୍ତ ତହସିଲଦାର ଜଗୁ ପୂଜାରି, ଥାନା ଅଧିକାରୀ ସୁକୁମା ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।