Download Now Banner

This browser does not support the video element.

ସୋର: ମାଟିଆପଲ୍ଲା ଛକ ନିକଟରେ ଡମ୍ପର ଧକାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ

Soro, Balasore | Oct 2, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲ୍ଲା ଛକ ନିକଟରେ ଏକ ଡମ୍ପର ଧକାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଆଜି ସକାଳେ ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତ ଡିଆଁପାହି ଗ୍ରାମର ଉଦିତ ନାରାୟଣ ନାୟକ (୨୨) ବାଇକରେ ଯାଉଥିବା ବେଳେ ଏହି ସ୍ଥାନରେ ଡାଇଭର୍ସନ ପାର ହେଉଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଡମ୍ପର ତାଙ୍କ ବାଇକକୁ ଧକା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଦିତଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସୋର ପୁଲିସ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us