This browser does not support the video element.
ବେଗୁନିଆ: ବେଗୁନିଆକୁ ଏନଏସି ଦାବିରେ ବିଜେଡର ୬ ଘଣ୍ଟିଆ ବେଗୁନିଆ ବନ୍ଦ ଡାକରା
Begunia, Khordha | Aug 22, 2025
ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ୧୨ଟି ଏନଏସି ଘୋଷଣା କରିଥିଲେ। ସେଥିରେ ବେଗୁନିଆ ନାଁ ନାହିଁ। ବିଗତ ବିଜେଡି ସରକାର ଅମଳରେ ୨୦୨୪ ମସିହାରେ ବେଗୁନିଆକୁ ଏନଏସି ଘୋଷଣା କରାଯାଇଥିଲା। ଏନଏସି ପାଇଁ ବେଗୁନିଆ ଯୋଗ୍ୟ ଥିବାବେଳେ ସରକାରଙ୍କ ଟାଳଟୁଳ ନୀତି ପାଇଁ ବେଗୁନିଆ ବାଦ ପଡିଛି। ଫଳରେ ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ଏନଏସି ଦାବି ନେଇ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।