Download Now Banner

This browser does not support the video element.

ଢେଙ୍କାନାଳ ସଦର: ମିନି ଷ୍ଟାଡିୟମଠାରେ ମିଳିତ ଗଣେଶ ପୂଜା ଭାଷାଣୀ ଉତ୍ସବ ଆରମ୍ଭ

Dhenkanal Sadar, Dhenkanal | Sep 3, 2025
ଢେଙ୍କାନାଳ ସହରରେ ଚଳିତ ବର୍ଷ ୪୦ଟି କ୍ଲବ ପକ୍ଷରୁ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥିଲା । ଆଜି ବୁଧବାର ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ସମସ୍ତ କ୍ଲବ ପକ୍ଷରୁ ମେଢ ଗୁଡିକୁ ସହରସ୍ଥ ମିନି ଷ୍ଟାଡିୟମଠାରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ଚିଥିଲେ l ମିନି ଷ୍ଟାଡିଲମଠାରେ କ୍ରମିକ ନମ୍ବର ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଲଟିରି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ଉପଜିଲ୍ଲା ପାଳ ବିବୁଧ ଗଡନାୟକ ଉପସ୍ଥିତ ରହି ଲଟିରିରେ କ୍ଲବ ଗୁଡିକର ନାମ ଘୋଷଣା କରିଥିଲେ ।
Read More News
T & CPrivacy PolicyContact Us