This browser does not support the video element.
କରଞ୍ଜିଆ: ବିଉଁରିଆ ଗ୍ରାମ ନିକଟକୁ ପହଞ୍ଚିଲେ ଶିମିଳିପାଳିଆ ହାତୀପଲ
Karanjia, Mayurbhanj | May 6, 2025
ଆଜି ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ବିଉଁରିଆ ଗ୍ରାମ ନିକଟକୁ କିଛି ଶିମିଳିପାଳିଆ ହାତୀ ପହଞ୍ଚିଥିବା ଗ୍ରାମବାସୀଙ୍କ ନିକଟରୁ ସୂଚନା ମିଳିଛି। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଦୁଧିଆଣି ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୂର୍ମୂଙ୍କ ନେତୃତ୍ୱରେ ବନବିଭାଗର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବିଶେଷ ଭାବେ ରାତି ସମୟରେ ହାତୀ ଉପଦ୍ରବ ଯୋଗୁଁ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ଲୋକେ ନିଆଁ ଜାଳି ଜଗି ରହୁଛନ୍ତି।