This browser does not support the video element.
ଦେବଗଡ: ନୂଆଭୂଇଁ ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି
Debagarh, Debagarh (Deogarh) | Sep 10, 2025
ଦେବଗଡ ଥାନା ଅନ୍ତର୍ଗତ ନୂଆଭୂଇଁ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ଯୁବକ ନୂଆଭୂଇଁ ଗ୍ରାମର ବିଜୟ କୁମାର ପାତ୍ର ବୋଲି ଜଣାପଡିଛି । କୌଣସି କାରଣରୁ ଘର ଭିତରେ ବିଜୟ ଜୀବନ୍ତ ବିଦ୍ୟୁତ ସଂଷ୍ପର୍ଶରେ ଆସି ଯାଇଥିଲେ । ଫଳରେ ତାଙ୍କ ହାତ ପୋଡି ଯିବା ସହିତ ଗୁରୁତର ଆଘାତ ଲାଗିଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆଜି ଦିନ ପ୍ରାୟ ୪.୩୦ରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।